ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

May 24, 2025 - 14:54
 0  14
ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ୧୮ ଜଣିଆ ଭାରତୀୟ ଦଳ। ଏଥିରେ ନୂଆ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ମିଳିଛି ଦାୟିତ୍ୱ । ସେହିଭଳି ଋଷଭ ପନ୍ତ ହୋଇଛନ୍ତି ଉପ-ଅଧିନାୟକ   ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନ ଓ ଅର୍ଶଦୀପ ସିଂଙ୍କୁ ମଧ୍ଯ ପ୍ରଥମଥର କରି ଟେଷ୍ଟ ଦଳରେ ମିଳିଛି ସ୍ଥାନ । ବହୁ ବର୍ଷ ପରେ  ଟେଷ୍ଟ ଦଳକୁ ଫେରିଛନ୍ତି କରୁଣ ନାୟର । ଏହାସହ ଆହତ କାରଣରୁ ମହମ୍ମଦ ସାମିଙ୍କୁ ଦଳରୁ ଦିଆଯାଇଛି ବାଦ  । ତେବେ ଏହି ଦଳର ସମସ୍ତ ଖେଳାଳୀ ହେଲେ ଅଧିନାୟକ ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ,ଉପ-ଅଧିନାୟକ  ବା ୱିକେଟ୍ କିପର  ଋଷଭ ପନ୍ତ, ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱିକେଟ୍ କିପର ଧ୍ରୁବ ଜୁରେଲ, ଅଭିମନ୍ୟୁ ଇଶ୍ୱରନ୍, ସାର୍ଦ୍ଦୁଲ ଠାକୁର, ଜଶପ୍ରିତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, କରୁଣ ନାୟର, ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବ ।

What's Your Reaction?

like

dislike

love

funny

angry

sad

wow