ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ

India Becomes World’s 4th Largest Economy, Surpasses Japan India has overtaken Japan to become the world's fourth-largest economy. NITI Aayog CEO B.V.R. Subrahmanyam confirmed the development, stating India’s economy is now valued at $4 trillion. Only the U.S., China, and Germany are ahead. Despite global trade tensions and regional challenges, India's rapid economic growth remains unaffected, with strong GDP support from global institutions like the World Bank and IMF.

May 25, 2025 - 13:27
 0  13
ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ

ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ । ଜାପାନକୁ ପଛରେ ପକାଇ ଭାରତ ହେଲା ଚତୁର୍ଥ ଦେଶ । ଏନେଇ  ବଡ଼ ସୂଚନା ଦେଇଛନ୍ତି  ନୀତି ଆୟୋଗର ସିଇଓ ବିଭିଆଇ ସୁବ୍ରମଣ୍ୟମ। ସେ ଆହୁରି କହିଛନ୍ତି ଯେ,  ଆଜି ଆମେ  ୪ହଜାର  ଅରବ ଡଲାରର ଅର୍ଥବ୍ୟବସ୍ଥାରେ  ହୋଇଛୁ ପରିଣତ  ।ଏବେ ଭାରତ ଆଗରେ ଅଛନ୍ତି ମାତ୍ର ୩ ଦେଶ  ଆମେରିକା, ଚୀନ ଓ ଜର୍ମାନୀ । ଗୋଟିଏ ପଟେ ଆମେରିକାର ଶୁଳ୍କ ଯୋଗୁଁ ବିଶ୍ବରେ ସୃଷ୍ଟି ହୋଇଛି ହଲଚଲ୍‌  । କିନ୍ତୁ  ଏହି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ  ଶୁଳ୍କ ମଧ୍ୟ  ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ରୋକିପାରିଲା ନାହିଁ । ଖାଲି ଏତିକି ନୁହେଁ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପକାଇ ପାରିନାହିଁ  କୌଣସି ପ୍ରଭାବ । ଭାରତ ଦୀର୍ଘ ସମୟ ଧରି ବିଶ୍ୱର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଆସିଛି ଏବଂ ଏବେ ଏହା ଜାପାନକୁ ପଛରେ ପକାଇଛି । ବିଶ୍ବବ୍ୟାଙ୍କରୁ ନେଇ ଆଇଏମଏଫ ପର୍ଯ୍ୟନ୍ତ ସମସ୍ତେ ମାନିଛନ୍ତି ଭାରତର ଜିଡିପି ଅଭିବୃଦ୍ଧିକୁ। 

What's Your Reaction?

like

dislike

love

funny

angry

sad

wow