ଇରାନରରେ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ

Jan 14, 2026 - 18:40
 0  1
ଇରାନରରେ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ

ଇରାନର ଖରାପ ପରିସ୍ଥିତି ଭିତରେ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । ଏଥିରେ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ଦିଆଯାଇଛି ପରାମର୍ଶ । କୁହାଯାଇଛି ଯେ ସେମାନେ ଇରାନ ଛାଡିବା ପାଇଁ ବ୍ୟବହାର କରିପାରିବେ ଯେକୌଣସି ଉପାୟ ।ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ, ଇରାନରେ ଉପସ୍ଥିତ ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ଯଥାଶୀଘ୍ର ବିମାନ କିମ୍ବା ଅନ୍ୟ ଉପାୟରେ ଚାଲିଯିବା ଉଚିତ । ନାଗରିକମାନଙ୍କୁ ପ୍ରଦର୍ଶନ କିମ୍ବା ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଦୂତାବାସ ।

What's Your Reaction?

like

dislike

love

funny

angry

sad

wow