ଇସ୍ରୋର ବଡ଼ ସଫଳତା : ମହାକାଶକୁ ଜିଏସଏଲଭି-ଏଫ୧୭ ସହ ଜାତୀୟ ଉପଗ୍ରହ ଇଓଏସ-୦୫ର ସଫଳ ଉତକ୍ଷେପଣ

Sep 4, 2026 - 14:40
Sep 4, 2026 - 14:51
 0  1
ଇସ୍ରୋର ବଡ଼ ସଫଳତା : ମହାକାଶକୁ ଜିଏସଏଲଭି-ଏଫ୧୭ ସହ ଜାତୀୟ ଉପଗ୍ରହ ଇଓଏସ-୦୫ର ସଫଳ ଉତକ୍ଷେପଣ

ସେପ୍ଟେମ୍ବର ୪ ତାରିଖ ଭୋର ୩:୧୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜିଏସଏଲଭି-ଏଫ୧୭ ରକେଟ୍ ମାଧ୍ୟମରେ ''ଇଓଏସ-୦୫'' ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତକ୍ଷେପଣ କରିଛି।

ସେପ୍ଟେମ୍ବର ୪ ତାରିଖ ଭୋର ୩:୧୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜିଏସଏଲଭି-ଏଫ୧୭ ରକେଟ୍ ମାଧ୍ୟମରେ ''ଇଓଏସ-୦୫'' ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତକ୍ଷେପଣ କରିଛି। ପିଏସଏଲଭି ରକେଟର କ୍ରମାଗତ ଅସଫଳତା ପରେ ଇସ୍ରୋ ପାଇଁ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏହାକୁ ମହାକାଶ କ୍ଷେତ୍ରରେ ଭାରତର ଆଉ ଏକ ବିଶାଳ ପଦକ୍ଷେପ ବୋଲି ଅଭିନନ୍ଦନ ଜଣାଇଛନ୍ତି।
ପ୍ରାୟ ୨୩୭୬ କିଲୋଗ୍ରାମ ଓଜନର ଏହି ଆଧୁନିକ ଉପଗ୍ରହଟି ଭୂ-ସ୍ଥିର କକ୍ଷପଥରେ ସ୍ଥାପିତ ହୋଇ ସାରା ଭାରତୀୟ ସୂପକଣ୍ଟିନେଣ୍ଟ, ମହାସାଗର ଓ ସୀମାନ୍ତ ଅଞ୍ଚଳ ଉପରେ ଚବିଶ ଘଣ୍ଟା କ୍ରମାଗତ ନଜର ରଖିବ। ସାଧାରଣ ଉପଗ୍ରହଗୁଡ଼ିକ କେବଳ ସ୍ଥିର ଛବି ଦେଉଥିବା ବେଳେ ଇଓଏସ-୦୫ ଏକ ଜୀବନ୍ତ ''ମୁଭି'' ଭଳି ନିରବଚ୍ଛିନ୍ନ ଭିଡିଓ ଫୁଟେଜ୍ ପ୍ରଦାନ କରିବ। ଏହା ଦ୍ୱାରା ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ପରିବେଶ ପରିବର୍ତ୍ତନ ଓ ନୌସେନା ସୁରକ୍ଷା କ୍ଷେତ୍ରରେ ବିପୁଳ ସହାୟତା ମିଳିପାରିବ। ୨୦୨୧ ମସିହାରେ ଜିଆଇଏସଏଟି-୧ ମିଶନ୍ ଅସଫଳ ହେବା ପରେ ଏହି ସ୍ୱପ୍ନ ଅଧୁରା ରହିଥିଲା, ଯାହା ଆଜି ପୂରଣ ହୋଇଛି।

''ନଟି ବଏ'' ଭାବେ ପରିଚିତ ଜିଏସଏଲଭି ଆଜି ନିଜର ଦକ୍ଷତା ପ୍ରମାଣିତ କରିଛି। ୧୯୯୦ ଦଶକରେ ଆମେରିକାର କଟକଣା ଯୋଗୁଁ ରାଷ୍ଟ୍ର ଗୋଷ୍ଠୀରୁ କ୍ରାୟୋଜେନିକ୍ ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟା ନମିଳିବା ପରେ, ଇସ୍ରୋ ବୈଜ୍ଞାନିକମାନେ ଦୀର୍ଘ ୨୦ ବର୍ଷର କଠିନ ପରିଶ୍ରମ ବଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ସଫଳତା ହାସଲ କରିଛନ୍ତି। ଇସ୍ରୋ ଅଧ୍ୟକ୍ଷ ଡ. ଭି ନାରାୟଣନ୍ ଏହାକୁ ବୈଜ୍ଞାନିକମାନଙ୍କ ଆତ୍ମବିଶ୍ୱାସର ପ୍ରତୀକ ବୋଲି କହିବା ସହ ଚଳିତ ଆର୍ଥିକ ବର୍ଷରେ ''ଗଗନଯାନ'' ସହ ଆହୁରି ୬ଟି ପ୍ରମୁଖ ମିଶନ୍ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି। 

What's Your Reaction?

like

dislike

love

funny

angry

sad

wow