ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା : ୫ ଜଣଙ୍କ ମୃତ୍ୟୁ, ୨ ଆହତ

May 8, 2025 - 11:36
 0  5
ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା : ୫ ଜଣଙ୍କ ମୃତ୍ୟୁ, ୨ ଆହତ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଛି ଏକ ହେଲିକପ୍ଟର ଦୁର୍ଘଟଣା ।ଏଥିରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ହୋଇଛନ୍ତି ଆହତ।ହେଲିକପ୍ଟରରେ ଥିଲେ ମୋଟ ୭ ଜଣ ଯାତ୍ରୀ । ହେଲିକପ୍ଟରଟି ଡେରାଡୁନରୁ ହର୍ଷିଲ ହେଲିପ୍ୟାଡକୁ ଯାଉଥିବାବେଳେ ଏଭଳି ଦୂର୍ଘଟଣା ଘଟିଥିବା ମିଳିଛି ସୂଚନା । ଏହି ଖବର ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ  ।

What's Your Reaction?

like

dislike

love

funny

angry

sad

wow