ଏଣିକି ଲୋକଙ୍କ ଘରେ ଘରେ ପହଞ୍ଚିବ ନ୍ୟାୟ
ଏଣିକି ଲୋକଙ୍କ ଘରେ ଘରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକ୍ରେ ଗ୍ରାମ ନ୍ୟାୟାଳୟ ଆରମ୍ଭ ହେବ ବୋଲି ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପ୍ରଥମେ ୬ଟି ଗ୍ରାମ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଥିବାବେଳେ ପରେ ରାଜ୍ୟର ସମସ୍ତ ବ୍ଲକ୍ରେ ଖୋଲିବ ଗ୍ରାମ ନ୍ୟାୟାଳୟ।ଏହି ଗ୍ରାମ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବା ସହ ଆଇନ ବ୍ୟବସ୍ଥା ଉପରେ କମ୍ ହେବ ଚାପ , ଯାହାଦ୍ୱାରା ତ୍ୱରିତ ନ୍ୟାୟ ପାଇପାରିବେ ସାଧାରଣ ଲୋକ । ଗ୍ରାମ ନ୍ୟାୟାଳୟରେ ମଧ୍ୟସ୍ତତା ମାଧ୍ୟମରେ ମାମଲା ସମାଧାନ କରିବାରେ ସହାୟକ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
What's Your Reaction?