ଖୁବଶୀଘ୍ର ପଡି କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ

ଖୁବଶୀଘ୍ର ପଡି କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ

ଜାନୁଆରୀ ପ୍ରଥମ ସପ୍ତାହରେ ପଡି କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଏନେଇ ବିଭାଗ ତରଫରୁ ଜାରି ରହିଛି ପ୍ରସ୍ତୁତି। କେଉଁ ଜିଲ୍ଲାରେ କେତେ ଆବଶ୍ୟକ ଗହମ ତାହାର ତାଲିକା ଦେବେ ଜିଲ୍ଲା ଅଧିକାରୀ । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେପଟେ ଅନ୍ତିମ ପର୍ୟାୟରେ ପହଞ୍ଚିଛି ଇକେୱାଇସି ପ୍ରକ୍ରିୟା । ପାଖାପାଖି ୮୫% ଲୋକଙ୍କ ସରିଲାଣି ଇକେୱାଇସି। ୧୬ ଲକ୍ଷରୁ ଅଧିକ ହେଲେଣି ଅଯୋଗ୍ୟ ହିତାଧିକାରୀ।