ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା କୋଟିଏ ଟଙ୍କାର ଦାନ

Jul 25, 2024 - 13:54
 0  3
ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା କୋଟିଏ ଟଙ୍କାର ଦାନ

ସରିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି ଗଣତି । ହୁଣ୍ଡିରୁ ମିଳିଛି  ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ୫୩ ଗ୍ରାମ ସୁନା , ୨ କେଜି ୩୯୨ ଗ୍ରାମ ରୂପା  ସହ ୩୩ ଟି ବିଦେଶୀ ମୁଦ୍ରା । ୪ ମାସ ପରେ ଗତକାଲି ହୁଣ୍ଡି ଖୋଲା ଯାଇଥିବା ବେଳେ ମିଳିଛି ଏହି ଦାନ ଅର୍ଥ । ଗତକାଲି ସକାଳ ୯ଟାରେ ଆରମ୍ଭ ହୋଇଥିଲା ଗଣତି କାର୍ଯ୍ୟ। ଏଥିନିମନ୍ତେ ନିୟୋଜିତ ହୋଇଥିଲେ ପ୍ରାୟ ୨ଶହ ସ୍ୱେଚ୍ଛାସେବୀ। ଏହି ସମୟରେ ଆରଆଇ, ଟ୍ରଷ୍ଟ ବୋର୍ଡ ମେମ୍ବର ପ୍ରମୁଖ ଥିଲେ ଉପସ୍ଥିତ।ପ୍ରାୟ ୧୨ ଘଣ୍ଟା କାଳ ଚାଲିଥିଲା ଏହି ଗଣତି କାମ ।

 

What's Your Reaction?

like

dislike

love

funny

angry

sad

wow