ଏସ୍‌ସିବି ମେଡିକାଲରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣା: ସ୍ବାସ୍ଥ୍ୟ ବିଭାଗର ତନାଘନା

Sep 4, 2026 - 14:20
 0  2
ଏସ୍‌ସିବି ମେଡିକାଲରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣା: ସ୍ବାସ୍ଥ୍ୟ ବିଭାଗର ତନାଘନା

ଦୁଇଜଣିଆ ଟିମ୍ ଏସ୍‌ସିବିରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହିତ ପ୍ରଥମେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଟଙ୍କା ହେରଫେର୍ ପଛରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। 

କଟକ ବଡ଼ ମେଡିକାଲ୍ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଛୁଟି ଟଙ୍କା ହଡ଼ପ ଘଟଣା, ଆଜି ବି ଯାଞ୍ଚ କରିବ ସ୍ବାସ୍ଥ୍ୟ ବିଭାଗ ଅଡିଟ୍ ଟିମ୍। ଗତକାଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଡିଟ୍ ଟିମ୍ ଏସ୍‌ସିବି ମେଡିକାଲରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଦୁଇଜଣିଆ ଟିମ୍ ଏସ୍‌ସିବିରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହିତ ପ୍ରଥମେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଟଙ୍କା ହେରଫେର୍ ପଛରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। 

ସେପଟେ ୧୦ ବର୍ଷର ସମସ୍ତ ଡିଡିଓଙ୍କ ତାଲିକା ଦେବାକୁ ଏସ୍‌ସିବି ଅଧୀକ୍ଷକଙ୍କୁ ପୁଲିସ ପକ୍ଷରୁ ଚିଠି ଲେଖାଯାଇଛି। ଏସ୍‌ସିବିରେ କର୍ମଚାରୀଙ୍କ ଟଙ୍କା ହଡ଼ପ ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଦିନେଶ ରାଉତ ଜେଲ୍ ଯିବା ପରେ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅଡିଟ୍ ଟିମ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯାଞ୍ଚ ଆରମ୍ଭ କରିଛନ୍ତି। ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପ୍ରାୟ ୧୭ ଶହ କର୍ମଚାରୀଙ୍କ ରେଜିଷ୍ଟର, ବିଲ୍ ରେଜିଷ୍ଟର ଯାଞ୍ଚ କରାଯାଉଛି। ଏହା ସହିତ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଓ ଏସ୍‌ସିବିର ଏଡିଏମ ସୁବାସ ରାୟଙ୍କୁ ମଧ୍ୟ ପ୍ରାଥମିକ ଭାବେ ଘଟଣା ସମ୍ପର୍କରେ ପଚରା ଯାଇଛି। ଆଜି ବି ମଧ୍ୟ ତନାଘନା ହୋଇପାରେ।

What's Your Reaction?

like

dislike

love

funny

angry

sad

wow