କଂଗ୍ରେସର କଟାକ୍ଷ : ଭାରତର ତେଲ କିଣା ନିର୍ଣ୍ଣୟ କରୁଛି ଆମେରିକା

Mar 6, 2026 - 17:35
 0  2
କଂଗ୍ରେସର କଟାକ୍ଷ : ଭାରତର ତେଲ କିଣା ନିର୍ଣ୍ଣୟ କରୁଛି ଆମେରିକା

ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା କାରଣରୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟର ସମାଧାନ ପାଇଁ ଭାରତକୁ ଏକ ବିକଳ୍ପ ରାସ୍ତା ପ୍ରଦାନ କରିଛି ଆମେରିକା । ବର୍ତ୍ତମାନ ୩୦ ଦିନ ପାଇଁ ରୁଷିଆରୁ ଅଶୋଧିତ ତେଲ ଭାରତ କିଣିପାରିବ  ଵୋଲି ଅନୁମତି ଦେଇଛି ଆମେରିକା I ଏଭଳି ଘୋଷଣା ପରେ ମୋଦୀ ସରକାରଙ୍କୁ କଟାକ୍ଷ କରିଛି କଂଗ୍ରେସ  । ଏହାକୁ ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଓ ଆମେରିକାର କହୁଣୀମୋଡ଼ା ସୂତ୍ର ବୋଲି କହିଛି କଂଗ୍ରେସ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଫଳ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ ସରକାରର ବିଦେଶ ନୀତି । ଏବେ  ଭାରତକୁ କେଉଁଠୁ ତେଲ କିଣାଯିବ ତାହା ନିର୍ଣ୍ଣୟ କରୁଛି ଆମେରିକା। ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାଲିସ କରୁଥିବା ଜଣେ ଦେଶମୁଖ୍ୟଙ୍କ କାମର ଏଭଳି ଅପମାନଜନକ ଫଳାଫଳ ବୋଲି  କହିଛନ୍ତି ରାହୁଲ  ।

What's Your Reaction?

like

dislike

love

funny

angry

sad

wow