କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

Jun 1, 2024 - 13:40
 0  4
କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର। ଦେଶର ତୈଳ ମାର୍କେଟିଂ କମ୍ପାନୀ  ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଜୁନ୍‌ ପହିଲାରୁ ୧୯ କେଜି ବ୍ୟବସାୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ କରିଛନ୍ତି ଘୋଷଣା ଦାମ୍‌ କମିବା ପରେ ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୫.୫୦ ଟଙ୍କାରୁ ୧,୬୭୬ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୮୫୯ ଟଙ୍କା ବଦଳରେ ୧୭୮୭ ଟଙ୍କାରେ ମିଳିବ ସିଲିଣ୍ଡର । ମୁମ୍ବାଇରେ ପୂର୍ବରୁ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ହେବ ଉପଲବ୍ଧ  । ତେବେ ଅପରିବର୍ତ୍ତିତ ରହିଛି ଘରୋଇ ଏଲ୍‌ପିଜି ମୂଲ୍ୟ । 

What's Your Reaction?

like

dislike

love

funny

angry

sad

wow