ତିନି ମାସରୁ ଅଧିକ ବୟସର ପିଲାକୁ ପୋଷ୍ୟ ଗ୍ରହଣ କରୁଥିବା ମହିଳା ମଧ୍ୟ ମାତୃତ୍ୱ ଛୁଟି ପାଇବାକୁ ହକଦାର : ସର୍ବୋଚ୍ଚଅଦାଲତ
ପୋଷ୍ୟ ଭାବେ ଶିଶୁ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚଅଦାଲତ।ଅଦାଲତ ରାୟରେ କହିଛନ୍ତି ଯେ,ପାଳିତ ମାଆମାନଙ୍କୁ ପ୍ରସବକାଳୀନ ଛୁଟିରୁ କରାଯାଇପାରିବ ନାହିଁ ବଞ୍ଚିତ । ପ୍ରସବ କରୁଥିବା ମା’ମାନଙ୍କ ପରି ପାଳିତ ମା’ମାନଙ୍କର ମଧ୍ୟ ରହିଛି ସମାନ ଅଧିକାର । ତିନି ମାସରୁ ଅଧିକ ବୟସର ପିଲାମାନଙ୍କୁ ଗ୍ରହଣ କରୁଥିବା ମହିଳାମାନଙ୍କୁ ଦିଆଯିବ ପ୍ରସବକାଳୀନ ଛୁଟି।ପ୍ରସବକାଳୀନ ସୁରକ୍ଷା ଏକ ମୌଳିକ ମାନବିକ ଅଧିକାର।ତେଣୁ କେନ୍ଦ୍ର ସରକାରଙ୍କୁ ପିତୃତ୍ୱ ଛୁଟି ନୀତି କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ସର୍ବୋଚ୍ଚଅଦାଲତ।
What's Your Reaction?