କୋଟିପତି ଖଣି ଅଧିକାରୀ ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଦଳ ପକ୍ଷରୁ ତାଙ୍କର ୭ଟି ଠିକଣାରେ ହୋଇଥିଲା ଏକକାଳୀନ ଚଢ଼ାଉ । ଏହି ସମୟରେ କେନ୍ଦୁଝରରେ ଥିବା କାର୍ଯ୍ୟାଳୟ ଓ ଭବାନୀପାଟଣା ହିଲ୍ ଟାଉନ୍ ଭଡ଼ାଘର, କେନ୍ଦୁଝର ସହର ଜଗନ୍ନାଥପୁରରେ ୧୦, ୦୦୦ ବର୍ଗ ଫୁଟ ଜମି ଉପରେ ନିର୍ମିତ ୨ ମହଲା କୋଠା, ଭୁବନେଶ୍ୱର କରୋଡକଣ୍ଟାରେ ଅବସ୍ଥିତ ପ୍ଲଟ୍ରେ ଥିବା ୪ ମହଲା କୋଠା, କେନ୍ଦୁଝର ଘସିପୁରା ତହସିଲର ମଦନପୁରରେ ଅବସ୍ଥିତ ପ୍ଲଟ୍ରେ ନିର୍ମିତ ୫ ଏକରର ଏକ ଫାର୍ମ ହାଉସ, କଟକ ପ୍ରତାପନଗରୀରେ ୨ ପ୍ଲଟ୍, ଭୁବନେଶ୍ୱର କରୋଡକଣ୍ଟା ଓ ସୁନ୍ଦରପଦାରେ ଗୋଟିଏ ଲେଖା ପ୍ଲଟ୍ , ଯାଜପୁର ଜିଲା ଦାନଗଦିଠାରେ ୧ଏକର ଜମି ଏବଂ ଦାନଗଦିରେ ୧ ଏକର ୧୬ ଡିସିସିଲରେ ଏକ ଜମିରେ ୯ଟି ପ୍ଲଟ୍, ଗୋଟିଏ ୪ ଚକିଆ ଯାନ, ୨ଟି ଦୁଇଚକିଆ ଯାନ ହୋଇଛି ଠାବ । ଏଥିସହ ବ୍ୟାଙ୍କ ଜମା, ଇନ୍ସ୍ୟୁରାନ୍ସ ଏବଂ ପୋଷ୍ଟାଲ ଜମାର ଚାଲିଛି ଖୋଳତାଡ । ସେହିପରି ଯାଜପୁରର ଜମାଦେଇପୁର ଶାସନରେ ଥିବା ପୈତୃକ ଘରେ ଏକ ମହଲା କୋଠା ଓ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଳରାମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ମିଳିଛି ସୂଚନା ।
What's Your Reaction?