କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ତଦନ୍ତ ଭାର ନେଲା ସିବିଆଇ
![କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ତଦନ୍ତ ଭାର ନେଲା ସିବିଆଇ](https://kalingascroll.in/uploads/images/202408/image_870x_66bc6efc84d5f.jpg)
କୋଲକାତାରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ କରିବ ସିବିଆଇ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ଉଚ୍ଚନ୍ୟାଳୟ। ଏହାର ତଦନ୍ତ କରୁଥିଲା କୋଲକାତା ପୋଲିସ୍। ତେବେ ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ଉଚ୍ଚନ୍ୟାଳୟ କହିଛନ୍ତି ଯେ,୫ ଦିନ ପରେ ମଧ୍ୟ ତଦନ୍ତରେ ହୋଇନାହିଁ ବିଶେଷ ଅଗ୍ରଗତି ଏବଂ ଏଭଳି ଧାରା ଜାରି ରହିଲେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ଉପୁଜିବ ସମସ୍ୟା। ସେପଟେ ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରତିବାଦ ଆନ୍ଦୋଳନ। ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ଯାହାର ହେଲା ବୋଲି ଗତକାଲି ଘୋଷଣା କରାଯାଇଥିଲେ ବି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ଦିଲ୍ଲୀ ଏମସ ଆବାସିକ ଡାକ୍ତର ସଂଘ।ଫଳରେ ଆଜି ଦିଲ୍ଲୀ,ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଜାରି ରହିଛି ଆନ୍ଦୋଳନ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)