ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

Sep 2, 2024 - 11:28
 0  3
ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ତାଳଚେର,କେନ୍ଦୁଝର, ତେଲକୋଇ ଓ ଭୁବନେଶ୍ଵରର ୮ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ। ଭୁବନେଶ୍ଵର ପଟିଆ ଶିଶୁବିହାର ସ୍ଥିତ ଘର,କେନ୍ଦୁଝର ତେଲକୋଇ ଜଗମୋହନପୁର ବଡିନାଳି ସିଙ୍କୁଳାବାହଲରେ ଥିବା ଦୁଇ ମହଲା ମାର୍କେଟ କମ୍ଲେକ୍ସ,ସେଠାରେ ଥିବା ଆଉ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା, ତୋଲକୋଇ ଚାମୁଣ୍ଡା ଗାଁରେ ଥିବା ପୈତୃକ ଘର, ତାଳଚେର ସ୍ଥିତ ଭଡ଼ାଘର ଓ ଅନୁଗୁଳ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ,। ଘଟଗାଁ ପୁରୁମୁଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢାଉ। ଚଢାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୧୦ ଡିଏସପି, ୧୬ ଇନ୍ସପେକ୍ଟର, ୭ ଜଣ ଏସଆଇ ଓ ଏଏଏସଇଆଇ।

What's Your Reaction?

like

dislike

love

funny

angry

sad

wow