ଗୁରୁଦିବସରେ ମୋଦୀଙ୍କ ଗୁରୁମନ୍ତ୍ର ; ଶିକ୍ଷକମାନଙ୍କୁ ଦେଲେ ବଡ଼ ଟିପ୍ସ
ଆଲୋଚନା ବେଳର ଭିଡିଓ ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଶିକ୍ଷକଙ୍କୁ ପଚାରିଥିଲେ, ପିଲାମାନଙ୍କୁ ପବ୍ଲିକ ସ୍ପିକିଂ ଶିଖାଉଛନ୍ତି ନା ନାହିଁ ।
ଗୁରୁଦିବସରେ ଗୁରୁଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରୀୟ ପୁରସ୍କାର ପାଇବାକୁ ଥିବା ୪୮ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି କିଛି ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଲୋଚନା ବେଳର ଭିଡିଓ ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଶିକ୍ଷକଙ୍କୁ ପଚାରିଥିଲେ, ପିଲାମାନଙ୍କୁ ପବ୍ଲିକ ସ୍ପିକିଂ ଶିଖାଉଛନ୍ତି ନା ନାହିଁ । ଯଦି ମୁଁ ଏଠାକାର ଛାତ୍ର ତେବେ ମୋତେ ଭଲ ବକ୍ତା ହେବା ପାଇଁ ଟିପ୍ସ ଦିଅନ୍ତୁ ଯେ ମୋତେ କଣ କଣ କରିବାକୁ ପଡ଼ିବ ।
ମୋଦୀଙ୍କ ପ୍ରଶ୍ନର ଉତ୍ତରରେ ଜଣେ ଶିକ୍ଷୟିତ୍ରୀ କହିଥିଲେ ପ୍ରଥମେ ଆପଣଙ୍କ ଭିତରେ ଦୃଢ଼ ବିଶ୍ୱାସ ରହିବା ଆବଶ୍ୟକ । ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଟିସ କରିବାକୁ ପଡ଼ିବ । ଖେଳକୁଦ ଛାଡ଼ି ପିଲାମାନେ ଅଧିକ ଡିଜିଟାଲ ଗ୍ୟାଜେଟରେ ସମୟ ବିତାଇବାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ବର୍ତ୍ତମାନ ସ୍କ୍ରିନ୍ ଟାଇମ ବଦଭ୍ୟାସ ପିଲାଙ୍କୁ ଗ୍ରାସ କରିନେଇଛି । ଯଦି କୌଣସି ପିଲା ମଇଦାନରେ ଖେଳିବା ପ୍ରତି ରୁଚି ବଢ଼ାଇବ ତେବେ ଧୀରେ ଧୀରେ ଏହି ସ୍କ୍ରିନ୍ ଟାଇମରୁ ବାହାରି ପାରିବ । କ୍ରିଏଟିଭିଟି ଆଡ଼କୁ ପିଲାମାନଙ୍କୁ ବଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ସେହିପରି ଡ୍ରଗ୍ସ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକାଶ କରିଥିଲେ । କିଛି ବଡ଼ ସହର ବା ୟୁନିଭର୍ସିଟିରୁ ଡ୍ରଗ୍ସ ମାମଲା ସାମ୍ନାକୁ ଆସୁଛି । କିଛି ଅସାଧୁ ଲୋକ ଡ୍ରଗ୍ସ ଆଣି ପିଲା ଓ ଯୁବଗୋଷ୍ଠୀଙ୍କୁ ଦେଉଛନ୍ତି । ସଚେତନତା ଅଭାବ କାରଣରୁ ଏମିତି ସମସ୍ୟା ଦେଖାଯାଉଛି । ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଏହା ଉପରେ ତୀକ୍ଷଣ ନଜର ରଖିବା ଆବଶ୍ୟକ । ପିଲାମାନଙ୍କ ଭିତରେ କିଛି ପରିବର୍ତ୍ତନ ଆସୁଛି କି ନାହିଁ ତାହା ନୀରିକ୍ଷଣ କରିବା ଦରକାର । ସବୁଠୁ ବଡ଼ କଥା ହେଉଛି ଆମକୁ ପୁସ୍ତକର ସିଲାବସରୁ ବାହାରି ପିଲାଙ୍କ ଜୀବନରେ ପଶିବାକୁ ପଡ଼ିବ । କିଶୋର ଜୀବନ ଗଠନରେ ଶିକ୍ଷକଙ୍କ ବଡ଼ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଶିକ୍ଷକ ଦିବସ ଅବସରରେ ସାରା ଦେଶରୁ ଚୟନିତ ୪୮ କୃତୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମିଳିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
What's Your Reaction?