ଗ୍ରୀନଲ୍ୟାଣ୍ଡକୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ
ଗ୍ରୀନଲ୍ୟାଣ୍ଡ ଉପରେ ନିଜ ମତକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ,ଗତ 20 ବର୍ଷ ଧରି ଗ୍ରୀନଲ୍ୟାଣ୍ଡରେ ରୁଷିଆର ବଢୁଥିବା ପ୍ରଭାବକୁ ରୋକିବାରେ ବିଫଳ ହୋଇଛି ଡେନମାର୍କ । ଏହାକୁ ଆଧାର କରି ଗ୍ରୀନଲ୍ୟାଣ୍ଡକୁ ଆମେରିକା ନିୟନ୍ତ୍ରଣକୁ ଆଣିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଟ୍ରମ୍ପ ।ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଟ୍ରମ୍ପ ଦାବି କରିଛନ୍ତି ଯେ, ଡେନମାର୍କରୁ ରୁଷିଆର ବିପଦକୁ ଦୂର କରିବା ପାଇଁ ବହୁ ଦିନ ଧରି ଚେତାବନୀ ଦେଇଥିଲା ନାଟୋ । କିନ୍ତୁ ନିଆଯାଇନାହିଁ କୌଣସି ଠୋସ୍ ପଦକ୍ଷେପ ।, "ସମୟ ଆସିଯାଇଛି, ଏବଂ ଏହା ଘଟିବ।"ଟ୍ରମ୍ପଙ୍କ ଏହି ବିବୃତ୍ତିଗ୍ରୀନଲ୍ୟାଣ୍ଡ ଉପରେ ସିଧାସଳଖ ଚାପ ବୋଲି ହେଉଛି ଚର୍ଚ୍ଚା।
What's Your Reaction?