ଚମକିଲେ ପାଣ୍ତ୍ୟା-ପନ୍ତ, ଆରମ୍ଭ ହେଲା ପୁରୁଷ ଟି-୨୦ ବିଶ୍ୱକପ୍

Jun 2, 2024 - 10:12
 0  6
ଚମକିଲେ ପାଣ୍ତ୍ୟା-ପନ୍ତ, ଆରମ୍ଭ ହେଲା ପୁରୁଷ ଟି-୨୦ ବିଶ୍ୱକପ୍

ଆରମ୍ଭ ହୋଇଛି ପୁରୁଷ ଟି-୨୦ ବିଶ୍ୱ କପ୍ । ଉଦ୍‌ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା ମଧ୍ୟରେ ଟକ୍କର । ଟସ୍ ଜିତି ଆମେରିକାର ବୋଲିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ଟି ଆମେରିକାର ଡଲାସ ଗ୍ରାଣ୍ଡ ପ୍ରାରୀ ଷ୍ଟାଡିୟମରେ ଖେଳାଯାଉଛି । ଭାରତୀୟ ସମୟ ସକାଳ ୬ଟାରେ ଖେଳ ଆରମ୍ଭ ହୋଇଛି ।

ତେବେ ପ୍ରଥମ ଥର ପାଇଁ ଉଭୟ ଦଳ ବିଶ୍ୱକପ ଖେଳୁଛନ୍ତି । ଗତକାଲି ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ ଦେଖାଇଛି । ବାଂଲାଦେଶକୁ ୬୦ ରନ୍‌ରେ ପରାଜିତ କରିଛି ଭାରତ । ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତର ଏହା ଏକମାତ୍ର ଅଭ୍ୟାସ ମୁକାବିଲା ଥିଲା ।

ଗତକାଲି ଖେଳାଯାଇଥିବା ଏହି ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୩ ରନ୍ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ମହମ୍ମଦୁଲ୍ଲା ସର୍ବାଧିକ ୪୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାକିବ୍ ଅଲ୍ ହାସନ୍ ୨୮, ତାନିଜ ହାସାନ ୧୭ କରିଥିଲେ ।

ଭାରତ ପକ୍ଷରୁ ବାମହାତୀ ଦ୍ରୁତ ବୋଲର୍ ଅର୍ଶଦୀପ୍ ସିଂହ ଓ ଶିବମ୍ ଦୁବେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ୍, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ତ୍ୟା, ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ

What's Your Reaction?

like

dislike

love

funny

angry

sad

wow