ବର୍ଷେ ପୂରିଲା ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାକୁ ଆଜି ପୂରିଛି ବର୍ଷେ। ୨ ଜୁନ୍ ୨୦୨୩ ସନ୍ଧ୍ୟାରେ ଘଟିଥିଲା ଛାତିଥରା ଏହି ରେଳ ଟ୍ରାଜେଡି। କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ରେଳ । ଆଉ ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଥିଲେ ୯୦୦ରୁ ଅଧିକ ଯାତ୍ରୀ । ରକ୍ତରଞ୍ଜିତ ହୋଇଥିଲା ଦୁର୍ଘଟଣାସ୍ଥଳ । ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା ଏହି କରମଣ୍ଡଳର କରୁଣ ଦୁର୍ଘଟଣା । ହେଲେ ଆଜି ବି ଜୀବନ୍ତ ଅଛି ସେହି କାଳ ରାତ୍ରିର ଛାତିଥରା ଦୃଶ୍ୟ।
What's Your Reaction?






