ଚାଷୀଙ୍କ ପାଇଁ ଖୁସୀ ଖବର
ଚାଷୀଙ୍କ ପାଇଁ ଖୁସୀ ଖବର । ଧାନ ଉପରେ ଏମଏସପି ବଢାଇଲେ କେନ୍ଦ୍ର ସରକାର । ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଂଚିଛି । ସେହିଭଳି ଗ୍ରେଡ୍ ଏ ଧାନ କୁଇଣ୍ଟାଲ ପ୍ରତି ୨୪୬୧ ଟଙ୍କା ହୋଇଛି । ଏହାସହ କେନ୍ଦ୍ର କ୍ୟାବିନେଟରେ ୪ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏଥିରେ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଏମଏସପି ବୃଦ୍ଧି ପରେ ଏଥିରେ ଖର୍ଚ୍ଚ ହେବାକୁ ଥିବା ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି ।
What's Your Reaction?