ଜାନୁଆରୀରେ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ

ଜାନୁଆରିରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ଡିସେମ୍ବର ୩୧ ତାରିଖରେ ହେବାକୁ ଥିବା ବୈଠକରେ ବାହାରିବ ସମାଧାନର ବାଟ । ନୂଆବର୍ଷରୁ ଆଉ ରହିବନି ଏହି ସମସ୍ୟା। ଆବଶ୍ୟକ ପଡ଼ିଲେ ରେରା ଆଇନରେ କରାଯିବ ସଂଶୋଧନ । ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି। ଆଇନ ଶବ୍ଦ ସଂଯୋଜନାରେ ଥିଲା ଅସୁବିଧା ।ସେ ଆହୁରି କହିଛନ୍ତି ଯେ, ବେଆଇନ ଭାବେ ପଞ୍ଜିକରଣ ହୋଇଛି ପାର୍ଟ ପ୍ଲଟ । ୩୧ଜଣ ଜିଲ୍ଲା ରେଜିଷ୍ଟ୍ରର, ସବ ରେଜିଷ୍ଟ୍ରରଙ୍କୁ ନେଇ ତାଲିକା ମଧ୍ୟ ପ୍ରସ୍ତୁତ କରିଛି ବିଭାଗ । ସେମାନଙ୍କର କେତେ ଭଲ ଉଦ୍ଦେଶ୍ୟ ଥିଲା ଓ କେତେ ମନ୍ଦ ଉଦ୍ଦେଶ୍ୟ ଥିଲା ତାର ମଧ୍ୟ ହେବ ତଦନ୍ତ।
What's Your Reaction?






