ଝାଡ଼ଖଣ୍ଡରେ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ :୬୮ ଆସନରେ ଏକାକୀ ଲଢିବ ବିଜେପି

Oct 19, 2024 - 12:54
 0  1
ଝାଡ଼ଖଣ୍ଡରେ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ :୬୮ ଆସନରେ ଏକାକୀ ଲଢିବ ବିଜେପି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିଜର ଆସନ ବୁଝାମଣା ଚୂଡ଼ାନ୍ତ କରିଛି ଏନ୍‌ଡିଏ । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୬୮ ଆସନରେ ଲଢିବ ବିଜେପି । ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌ ଏଜେଏସ୍‌ୟୁ ୧୦, ଜେଡିୟୁ ୨, ଏଲ୍‌ଜେପି ଗୋଟିଏ ଆସନରେ ଲଢ଼ିବେ ନିର୍ବାଚନ। ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିଛନ୍ତି ହିମନ୍ତ ବିଶ୍ବଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାଗଣ । ଝାଡ଼ଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ଜାରି ହେବ ପ୍ରାର୍ଥୀ ତାଲିକା।

What's Your Reaction?

like

dislike

love

funny

angry

sad

wow