୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଛି  ୩୫ ଶହ ଟଙ୍କା ଭତ୍ତା

Jan 15, 2025 - 18:25
 0  6
୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଛି  ୩୫ ଶହ ଟଙ୍କା ଭତ୍ତା

ଆଜି ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଛି  ୩୫ ଶହ ଟଙ୍କା ଭତ୍ତା। ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ହୋଇଛନ୍ତି ଉପକୃତ। କେନ୍ଦୁଝର ଧରଣୀଧର କଲେଜରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ସରକାରଙ୍କ ଏହି ଯୋଜନାକୁ କଟାକ୍ଷ କରି ବିରୋଧୀ ନେତା ପ୍ରସନ୍ନ ଅଚାର୍ୟ୍ୟ କହିଛନ୍ତି ଯେ,  ଦୁଃଖର କଥା ହେଉଛି ପ୍ରକୃତରେ ନିର୍ବାଚନ ପ୍ରତିଶୃତି ରଖିଲେ ନାହିଁ ସରକାର , ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଥିଲେ, ହେଲେ ନିର୍ବାଚନ ପରେ କେବଳ ୮୦ ବର୍ଷ ଲୋକଙ୍କୁ ଦେଲେ ଭତ୍ତା । ଏମିତି ଅନେକ କ୍ଷେତ୍ରରେ ନିଜ ପ୍ରତିଶ୍ରୁତି ରଖିନାହାଁନ୍ତି ସରକାର ।  ଗଣତନ୍ତ୍ରରେ ଅନାସ୍ଥା ଆସେ. କିନ୍ତୁ ଯଦି କୌଣସି ସରକାର ଏହାର ମୋଡ଼ ବଦଳାନ୍ତି, ତାହା ନିନ୍ଦନୀୟ ନିଶ୍ଚୟ । ଏବେ  ଲୋକେ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ଅଞ୍ଚଳକୁ ଯାଆନ୍ତୁ। କାରଣ  ଆଜି ବି ସେ ଓଡ଼ିଶାର ଅଦ୍ଵିତୀୟ ନେତା।

What's Your Reaction?

like

dislike

love

funny

angry

sad

wow