ଝିଅ ପେଟରେ ହେଲା ଯନ୍ତ୍ରଣା ; ସତ ଜାଣି ଡାକ୍ତର ତାଜୁବ୍
ଯୁବତୀଙ୍କ ପେଟରେ ବହୁତ ଯନ୍ତ୍ରଣା ହେଲା । କୌଣସି ମତେ ହସ୍ପିଟାଲରେ ପହଞ୍ଚିଲେ । ଡାକ୍ତର ଯେବେ ତାଙ୍କର ପେଟ ସିଟି ସ୍କାନ୍ କଲେ , ଯାହା ଜାଣିଲେ ତାଜୁବ୍ ହୋଇଗଲେ । କିଡନିରେ ଦେଖାଗଲା ପାଖାପାଖି ୩ଶହ ପଥର ଖଣ୍ଡ ।
ଯୁବତୀଙ୍କ ପେଟରେ ବହୁତ ଯନ୍ତ୍ରଣା ହେଲା । କୌଣସି ମତେ ହସ୍ପିଟାଲରେ ପହଞ୍ଚିଲେ । ଡାକ୍ତର ଯେବେ ତାଙ୍କର ପେଟ ସିଟି ସ୍କାନ୍ କଲେ , ଯାହା ଜାଣିଲେ ତାଜୁବ୍ ହୋଇଗଲେ । କିଡନିରେ ଦେଖାଗଲା ପାଖାପାଖି ୩ଶହ ପଥର ଖଣ୍ଡ ।
ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ପୋଷ୍ଟ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । କାହାକୁ ଅଜଗର ଗିଳିଦେଲାଣି ତ କାହା ପେଟରୁ କେଶ ଗୁଳା ବାହାରିଲାଣି । ତାଇୱାନର ଏଭଳି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୨୦ ବର୍ଷର ଝିଅ ପେଟରେ ଯନ୍ତ୍ରଣା ହେବାରୁ ବିକଳରେ ହସ୍ପିଟାଲ ଗଲେ । ଡାକ୍ତର ତୁରନ୍ତ ସିଟି ସ୍କାନ କରାଇଲେ । ଏଥିରୁ ଯାହା ସତ ଜଣାପଡ଼ିଲା ଜାଣି ଡାକ୍ତର ଆଶ୍ଚର୍ଯ୍ୟ । ଝିଅ କିଡନିରେ ଥିଲା ପାଖାପାଖି ୩୦୦ ପଥର ଖଣ୍ଡ । ଝିଅର ନାଁ ଶିୟାୟୋ ୟୁ..।
ଘଟଣାଟି ତାଇୱାନର ଚି ମେଇ ହସ୍ପିଟାଲର । ଶିୟାୟୋଙ୍କ ରକ୍ତ ପରୀକ୍ଷାରେ ତାଙ୍କ ଶ୍ୱେତ ରକ୍ତକଣିକା ବା WBC ସଂଖ୍ୟା ଅସାଧାରଣ ଭାବେ ବଢ଼ିଥିବା ଜଣାପଡ଼ିଥିଲା । ଏଥିରୁ ଶରୀରରେ ଗୁରୁତର ସଂକ୍ରମଣ ଥିବା ଆଶଙ୍କା କରି ଡାକ୍ତରମାନେ ତୁରନ୍ତ CT ସ୍କାନ୍ କରାଇଥିଲେ । CT ସ୍କାନ୍ ରିପୋର୍ଟ ଦେଖି ଡାକ୍ତରମାନେ ଜାଣିଥିଲେ, ଶିୟାୟୋଙ୍କ ଡାହାଣ କିଡ୍ନି ପାଣି ଜମିଥିଲା ଏବଂ ତା’ ଭିତରେ ୩୦୦ରୁ ଅଧିକ କିଡ୍ନି ଷ୍ଟୋନ୍ ବା ପଥର ଥିବା ଦେଖାଯାଇଥିଲା । ଯୁବତୀଙ୍କ ଅବସ୍ଥା ପୂରା ଜଟିଳ ଥିଲା। କଥା ହେଉଛି ପୂର୍ବରୁ ସେମିତି କିଛି ଯନ୍ତ୍ରଣା ହେଉନଥିବା ଝିଅଟି ଶରୀରରେ ହଠାତ୍ ଏଭଳି ଯନ୍ତ୍ରଣା ଆଶ୍ଚର୍ଯ୍ୟଜନକ ।
କିଡନିରେ ଯେପରି ସଂକ୍ରମଣ ଅଧିକ ନବଢ଼େ ପ୍ରଥମେ ଶିୟାୟୋଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା । ଏହାପରେ କିଡ୍ନିରେ ଜମିଥିବା ପାଣିକୁ ବାହାର କରାଯାଇଥିଲା । ପରେ ଡାକ୍ତରମାନେ ମିନିମାଲି ଇନଭେସିଭ୍ ସର୍ଜରୀ ମାଧ୍ୟମରେ କିଡ୍ନିରୁ ପଥରଗୁଡ଼ିକୁ ବାହାର କରିଥିଲେ।
ଯୂବତୀଙ୍କ ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ ପେଟ ଯନ୍ତ୍ରଣାକୁ ସାମାନ୍ୟ ମନେକରିବା ଉଚିତ ନୁହେଁ । ଅଣ୍ଟା କିମ୍ବା ପାଖାପାଖି ଅଙ୍ଗରେ ବାରମ୍ବାର ଯନ୍ତ୍ରଣା, ଜ୍ୱର, ପରିସ୍ରା ବେଳେ ଯନ୍ତ୍ରଣା କିମ୍ବା ପରିସ୍ରାରେ ରକ୍ତ ଦେଖାଗଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
ଡାକ୍ତରମାନେ କହିଛନ୍ତି , ଏହି ପଥରଗୁଡ଼ିକ ହଠାତ୍ ସୃଷ୍ଟି ହୋଇନଥିଲା ବରଂ ଏହା ଏକ ଦୀର୍ଘ ଏବଂ ବିପଜ୍ଜନକ ପ୍ରକ୍ରିୟାର ପରିଣାମ, ଯାହା ଶିୟାୟୋଙ୍କ କିଛି ଭୁଲ ଅଭ୍ୟାସରୁ ଆରମ୍ଭ ହୋଇଥିଲା । ସର୍ଜରିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ୩୦୦ଟି ପଥରର ଗଦା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଜଣେ ଯୁବତୀଙ୍କ କିଡନିରେ ଏତେ ସଂଖ୍ୟକ ପଥର କେମିତି?
ତାଇୱାନର ଚି ମେଇ ହସ୍ପିଟାଲରେ ଅପରେସନ୍ କରିଥିବା ୟୁରୋଲୋଜିଷ୍ଟମାନେ ମଧ୍ୟ ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିଲେ । ସେମାନେ କହିଛନ୍ତି ଯେ, ଶିୟାୟୋଙ୍କ ପାଇଁ ସର୍ଜରି ହିଁ ଶେଷ ବିକଳ୍ପ ଥିଲା । ପଥରଗୁଡ଼ିକର ଆକାର ଏବଂ ସଂଖ୍ୟା ଦେଖି ମେଡିକାଲ୍ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଫ୍ୟାକ୍ଟ ଚେକିଙ୍ଗରୁ ଯାହା ଜଣାପଡ଼ିଲା ଏ ଘଟଣା ୩ ବର୍ଷ ତଳର କିନ୍ତୁ ଖବର ଏବେବି ଭାଇରାଲ ହେଉଛି ।
What's Your Reaction?