୧୩ ବର୍ଷର ସେବାର ଅନ୍ତ; IASଙ୍କ ଇସ୍ତଫା କାହାଣୀ

Sep 2, 2026 - 12:46
 0  2
୧୩ ବର୍ଷର ସେବାର ଅନ୍ତ; IASଙ୍କ ଇସ୍ତଫା କାହାଣୀ

'ମୁଁ ମୋ ଇଚ୍ଛାରେ ଆଇଏଏସ୍ ପଦରୁ ଇସ୍ତଫା ଦେଇଛି। ଏହା ସହ ଅବିସ୍ମରଣୀୟ ୧୩ ବର୍ଷ ଯାତ୍ରାର ଅନ୍ତ ହୋଇଛି । କିନ୍ତୁ ଜୀବନ ଯାତ୍ରାର ଔପଚାରିକ ଅନ୍ତ ନୁହେଁ । ବରଂ ଏକ ନୂଆ ଅଧ୍ୟାୟର ଆରମ୍ଭ : IAS ଦିବ୍ୟା ମିତ୍ତଲ  

ମୁଁ ମୋ ଇଚ୍ଛାରେ ଆଇଏଏସ୍ ପଦରୁ ଇସ୍ତଫା ଦେଇଛି। ଏହା ସହ ଅବିସ୍ମରଣୀୟ ୧୩ ବର୍ଷ ଯାତ୍ରାର ଅନ୍ତ ହୋଇଛି । କିନ୍ତୁ ଜୀବନ ଯାତ୍ରାର ଔପଚାରିକ ଅନ୍ତ ନୁହେଁ । ବରଂ ଏକ ନୂଆ ଅଧ୍ୟାୟର ଆରମ୍ଭ ।  

ଏକ ସାଧାରଣ ଓ ସୌହାର୍ଦ୍ଦ ପରିବେଶରେ ବଢ଼ିବା କ୍ରମରେ ମୋର ସ୍ବପ୍ନ ଥିଲା – ଜୀବନରେ କିଛି ଭଲ କରିବି , ସଫଳ ହେବି । ଦିନି ରାତି ପରିଶ୍ରମ କରି IIT Delhi ଓ IIM ବେଙ୍ଗାଳୁରୁରେ ପଢ଼ିଲି । ଲଣ୍ଡନରେ ବହୁତ ଭଲ ଚାକିରି ବି ମିଳିଗଲା । ସବୁ ପାଇବା ପରେ ବି ମନରେ କିଛି ଅଧୁରା ଲାଗୁଥିଲା। ନିଜ ଦେଶ ପାଇଁ କିଛି କରିନପାରିବାର ଭାବନା ମୋତେ ଭିତରୁ କଷ୍ଟ ଦେଉଥିଲା। ତେଣୁ ଭାବିଲି ମୋ ଦେଶକୁ ଫେରି ଆଏଏସ୍ ହେବି , ଲୋକଙ୍କ ପାଇଁ କିଛି କାମ କରିବି । ସେୟା ହିଁ ହେଲା । ଭାରତ ଫେରିଲି UPSC ପରକ୍ଷାରେ ବସିଲି। IAS ଅଧିକାରୀ ହେବାର ସୁଯୋଗ ପାଇଲି । 

ଏ ଯାତ୍ରାରେ ବହୁତ କିଛି ଶିଖିଲି । ଦେଓରିଆ, ମିର୍ଜାପୁର, ସବୁଠି ଲୋକଙ୍କ ପାଇଁ କାମ କରୁ କରୁ ବହୁତ କିଛି ଶିଖିଲି । କିଏ ନିଜ ଜମି ପାଇଲା, କିଏ ପିଇବା ପାଣି ପାଇଲେ  । ସେମାନଙ୍କ ଆଶୀର୍ବାଦ ଥିଲା ମୋ ପାଇଁ ସର୍ବଶ୍ରେଷ୍ଠ ପୁଞ୍ଜି । ଲୋକମାନେ ମୋର ବଡ଼ ପରିବାର ଥିଲେ । ମୁଁ ସେମାନଙ୍କ ସଂଘର୍ଷ ସହ ଚାଲିଛି । ସମାଧାନ ବି କରିଛି। ସେମାନଙ୍କମ ମୁହଁରେ ହସ ବି ଦେଖିଛି । ଲୋକମାନେ ମୋତେ ଯେତିକି ଭଲ ପାଇଥିଲେ, ବୋଧହୁଏ ମୁଁ ମୋ ନିଜକୁ ବି ସେତିକି ଭଲ ପାଇନଥିଲି । ସେହି ଭଲପାଇବା ମୋ ଭିତରେ ବିଶ୍ବାସ ଦେଇଛି । ସେହି ବିଶ୍ବାସରେ ମୁଁ ଆଗକୁ ବଢ଼ିଛି । ଏତେ ସମ୍ମାନ, ଏତେ ଭଲପାଇବା … ମୋ ପଣତ ଭରିଯାଇଛି । 

ଲାହୁରିଆର ସେ ବୁଢ଼ି ମା’ , ନିଜ ଥର ଥର ହାତ ମୋ ଉପରେ ରଖି ମୋତେ ଆଶୀର୍ବାଦ କରିଥିଲେ । ଆଜି ମୋ ପଦବୀ ଚାଲିଗଲା କନ୍ତୁ ସେହି ସ୍ବର୍ଶ ଜୀବନସାରା ମୋ ସହ ରହିବ । ଆଉ  ସେ ସ୍ବପ୍ନ ବି କେବେ ହଜିବ ନାହିଁ । ଯେଉଁ ସ୍ବପ୍ନ ମୋ ଦେଶର ମାଟି ମୋ ଆଖିରେ ଦେଇଛି। 
ମୁଁ କୃତଜ୍ଞ…
 ଦିବ୍ୟା ମିତ୍ତଲ '

ଦିବ୍ୟାଙ୍କ ଯାତ୍ରା ମଧ୍ୟ ବେଶ୍ ଚମତ୍କାର । IIT ଦିଲ୍ଲୀ ଓ IIM ବେଙ୍ଗାଲୁରୁରୁ ପାଠପଢ଼ା ପରେ ସେ ଲଣ୍ଡନରେ ଚାକିରି କରିଥିଲେ । ଦିବ୍ୟା ବିଦେଶର ଆକର୍ଷଣୀୟ ଚାକିରି ଛାଡ଼ି ଭାରତ ଫେରିଥିଲେ । ୨୦୧୨ରେ ଦ୍ୱିତୀୟ ପ୍ରୟାସରେ ଅଲ୍ ଇଣ୍ଡିଆ ରାଙ୍କ ୬୮ ହାସଲ କରି IAS ହୋଇଥିଲେ ।

What's Your Reaction?

like

dislike

love

funny

angry

sad

wow