ଟ୍ରମ୍ପଙ୍କ ପ୍ରେସ୍ ସଚିବ ପଦରୁ ହଟିଲେ କେଟି, ମାତ୍ର ୫ ଦିନରେ ପଦ ଛାଡ଼ିଲେ

Oct 17, 2026 - 12:57
ଟ୍ରମ୍ପଙ୍କ ପ୍ରେସ୍ ସଚିବ ପଦରୁ ହଟିଲେ କେଟି, ମାତ୍ର ୫ ଦିନରେ ପଦ ଛାଡ଼ିଲେ

ଟ୍ରମ୍ପଙ୍କ ପ୍ରେସ୍ ସଚିବ ପଦରୁ ହଟିଲେ କେଟି ଜାକାରିଆ । ନୂଆ ପ୍ରେସ୍ ସଚିବ କେଟି ଜାକାରିଆ ମାତ୍ର ୫ ଦିନ ଦାୟିତ୍ବରେ ରହିବା ପରେ ପଦ ଛାଡ଼ିଛନ୍ତି । ହ୍ବାଇଟ୍ ହାଉସ୍‌ର ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । 

 ଟ୍ରମ୍ପଙ୍କ ପ୍ରେସ୍ ସଚିବ ପଦରୁ ହଟିଲେ କେଟି ଜାକାରିଆ । ନୂଆ ପ୍ରେସ୍ ସଚିବ କେଟି ଜାକାରିଆ ମାତ୍ର ୫ ଦିନ ଦାୟିତ୍ବରେ ରହିବା ପରେ ପଦ ଛାଡ଼ିଛନ୍ତି । ହ୍ବାଇଟ୍ ହାଉସ୍‌ର ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା ଏବଂ ତାଙ୍କ ଆଇନଗତ ଯୋଗ୍ୟତା ସମ୍ପର୍କରେ ପ୍ରଶ୍ନ ପ୍ରଶ୍ନ ଉଠିବା ପରେ ଏହି ଘଟଣା ଘଟିଛି । ଟ୍ରମ୍ପ ଶୁକ୍ରବାର ହ୍ବାଇଟ୍ ହାଉସ୍‌ରୁ ବାହାରିବା ସମୟରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଜାକାରିଆଙ୍କୁ ଏହି ଦାୟିତ୍ବ ନେବା ବିଷୟରେ ପୁନର୍ବିଚାର କରିବାକୁ କହିଥିଲେ । 

ଏହି କାମରେ ୫ ଦିନ ପୂର୍ବରୁ ନିଯୁକ୍ତ ହୋଇଥିଲେ । ଅଧିକ ଚାପ ରହିଛି ଏବଂ ଏଥିରେ ସେ ଖୁସି ରହିପାରିବେ କି ନାହିଁ, ତାହା ନେଇ ଟ୍ରମ୍ପ ସନ୍ଦେହ ପ୍ରକାଶ କରିଥିଲେ । ତାଙ୍କ କହିବା ଅନୁଯାୟୀ, ଜାକାରିଆ ମଧ୍ୟ ଏହି ଦାୟିତ୍ବ ଆଶାଠାରୁ ଅଧିକ କଠିନ ବୋଲି ସ୍ବୀକାର କରିଥିଲେ । ହ୍ବାଇଟ୍ ହାଉସ୍‌ର ଜଣେ ଅଧିକାରୀ ତାଙ୍କୁ ପଦରୁ ହଟାଯାଇଥିବା କହିଥିବା ବେଳେ ଫକ୍ସ ନ୍ୟୁଜ୍ ତାଙ୍କୁ ଦାୟିତ୍ବରୁ ହଟାଇବା ପ୍ରକ୍ରିୟା ଚାଲିଥିବା ଖବର ଦେଇଥିଲା । ଜାକାରିଆ ଗତ ସୋମବାର ପ୍ରେସ୍ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଜାକାରିଆଙ୍କ ପୂର୍ବରୁ କାରୋଲିନ୍ ଲେଭିଟ୍ ଏହି ପଦରେ ଥିଲେ ।  

What's Your Reaction?

like

dislike

love

funny

angry

sad

wow