ଡିଏମକେ ନେତା କେଏନ ନେହେରୁଙ୍କ ଘରେ ଚଢାଉ : ଟିଭିକେକୁ ନିନ୍ଦା କଲେ ଷ୍ଟାଲିନ
ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଅଧିକାରୀମାନେ ଏକ ନିଯୁକ୍ତି ମାମଲାରେ ତାମିଲନାଡୁର ପୂର୍ବତନ ମନ୍ତ୍ରୀ କେଏନ ନେହେରୁଙ୍କ ଘରେ ଏବଂ ସମ୍ପତ୍ତି ଥିବା ବିଭିନ୍ନ ସ୍ଥାନଗୁଡ଼ିକରେ ତଲାସୀ କରିଛନ୍ତି।
ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଅଧିକାରୀମାନେ ଏକ ନିଯୁକ୍ତି ମାମଲାରେ ତାମିଲନାଡୁର ପୂର୍ବତନ ମନ୍ତ୍ରୀ କେଏନ ନେହେରୁଙ୍କ ଘରେ ଏବଂ ସମ୍ପତ୍ତି ଥିବା ବିଭିନ୍ନ ସ୍ଥାନଗୁଡ଼ିକରେ ତଲାସୀ କରିଛନ୍ତି। ନେହେରୁଙ୍କ ବାସଭବନ ତିରୁଚିରାପାଲି ଏବଂ ତାଙ୍କ ଭାଇଙ୍କ ଘରେ ତଲାସୀ ଚାଲିଛି। ଚେନ୍ନାଇ ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି।ନେହେରୁ ପୌର ପ୍ରଶାସନ ଏବଂ ଜଳ ଯୋଗାଣ ମନ୍ତ୍ରୀ ଥିବା ସମୟରେ ୨,୫୩୮ ଜଣଙ୍କ ନିଯୁକ୍ତିରେ ହୋଇଥିବା ଅନିୟମିତତା ଅଭିଯୋଗ ଆଧାରରେ ଏହି ତଲାସୀ ପ୍ରକ୍ରିୟା କରାଯାଇଛି।
ଏହାକୁ ଦଳର ସଭାପତି ଏମକେ ଷ୍ଟାଲିନ କଡ଼ା ସମାଲୋଚନା କରି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଷ୍ଟାଲିନ୍ କହିଛନ୍ତି ଯେ ଏହି ପଦକ୍ଷେପ ବିରୋଧୀଙ୍କୁ ଭୟଭୀତ କରିବାର ଏକ ପ୍ରୟାସ । ବର୍ତ୍ତମାନର ପ୍ରଶାସନ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି। ତାମିଲନାଡୁର ଲୋକମାନେ ସରକାରଙ୍କ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଅବଗତ । ଶାସକ କ୍ଷମତାକୁ ଆସିବା ପାଇଁ ଘୋଡା ବେପାରରେ ଲିପ୍ତ ହୋଇଛି ।
ତାମିଲନାଡୁର ଲୋକମାନେ ଭଲ ଭାବରେ ଜାଣନ୍ତି ଯେ, ସରକାର ଗଠନ କରିବା ପାଇଁ, ସେମାନେ ଅନ୍ୟ ଦଳର ବିଧାୟକମାନଙ୍କୁ ଇସ୍ତଫା ଦେବାକୁ ପ୍ରବର୍ତ୍ତାଇଥିଲେ ଏବଂ ବିଧାନସଭା ପରିସରରେ ହିଁ ସେମାନଙ୍କୁ ନିଜ ଦଳରେ ସାମିଲ କରିଥିଲେ। ଏହି କାର୍ଯ୍ୟଗୁଡ଼ିକ ଭାରତୀୟ ଗଣତନ୍ତ୍ରର ଉଲ୍ଲଂଘନ। ଆମେ ଆଇନ ଅନୁଯାୟୀ ସବୁକିଛିର ମୁକାବିଲା କରିବୁ ଏବଂ ବିଜୟୀ ହେବୁ।
What's Your Reaction?