ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି
ପୁରୀ ଶ୍ରୀମନ୍ଦିରରେ ଦର୍ଶନ ସାରି ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ କରାଯାଇଛି ସମସ୍ତ ସୁରକ୍ଷା ବ୍ୟବସ୍ଥା।ସୁରକ୍ଷା ଦୃଷ୍ଟିରୁ ସହରରେ ୪୮ ପ୍ଲାଟୁନ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଧିକାରୀ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି । କୋଣସି ପ୍ରକାର ତ୍ରୁଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ସଚେତନ ରହିଛି ପୋଲିସ ବିଭାଗ।
What's Your Reaction?