ତେଲେଙ୍ଗାନାରେ ଟ୍ରକ୍‌କୁ ପିଟିଲା ବସ୍‌, ୪ ଓଡ଼ିଆ ମୃତ

Jan 10, 2025 - 12:12
 0  2
ତେଲେଙ୍ଗାନାରେ ଟ୍ରକ୍‌କୁ ପିଟିଲା ବସ୍‌, ୪ ଓଡ଼ିଆ ମୃତ

ତେଲେଙ୍ଗାନାରେ ଓଡିଶା ବସ୍‌ ଦୁର୍ଘଟଣାଗ୍ରସ୍ତ । ଫଳରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ଆହତ ହୋଇ ହାସପାତାଳରେ ଭର୍ତ୍ତି ହୋଇଛନ୍ତି କିଛି ଲୋକ । ଖବର ଅନୁଯାୟୀ, ନୂଆପଡା ଜିଲ୍ଲା ସିନାପାଲ୍ଲୀରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ଗୁପ୍ତା ଟ୍ରାଭେଲସ ନାମକ ଏକ ଘରୋଇ ବସ୍‌ ।ରାତି ପ୍ରାୟ ୩ଟାରେ ସୂର୍ଯ୍ୟାପେଟ-ଖମାମ ରାସ୍ତା ଅତିକ୍ରମ କରିବା ସମୟରେ ଏହି ଦ୍ରୁତଗାମୀ ବସ୍‌ଟି ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ଦେଇଥିଲା ଧକ୍କା।ତେବେ ଘନ କୁହୁଡ଼ି ଯୋଗୁଁ ଦୂର୍ଘଟଣା ଘଟିଥିବା ମିଳିଛି ସୂଚନା ।   

What's Your Reaction?

like

dislike

love

funny

angry

sad

wow