ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

Oct 5, 2024 - 16:16
 0  2
ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଏନେଇ ସୂଚନା ଦେଇଛନ୍ତି ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏସବୁ ଜିଲ୍ଲାରେ ଟାୟାର ୧ ବସ୍ ଚଳାଚଳ ପାଇଁ ହୋଇଥିଲା ନିଷ୍ପତ୍ତି  । ଘରୋଇ ବସ୍ ମାଲିକ ସଂଘର ବିରୋଧ ପରେ ଟାୟାର ୨ ବସ୍ ଚଳାଚଳ ବନ୍ଦ ରଖିଥିଲେ ସରକାର । ଏବେ କିନ୍ତୁ ପୁଣି ଥରେ ଏସବୁ ବସ୍ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି  ରାଜ୍ୟ ସରକାର । ଏଥିପାଇଁ ଆବେଦନ କରିଛି ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥା। ତେଣୁ ଏହାକୁ ବିରୋଧ କରି ୨୪ ଘଣ୍ଟା ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ । ଯେଉଁସବୁ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରୁନି ସେସବୁ ସ୍ଥାନକୁ ଏହି ବସ୍ ଚଳାଚଳ କଲେ ସେମାନଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଯେଉଁ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରୁଛି ବିଶେଷ କରି ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଏହି ବସ୍ ଚଳାଚଳକୁ ବିରୋଧ କରୁଛି ସଂଘ । ସଂଘର ଦାବି ଅନୁସାରେ ସରକାର ଏମିତି କଲେ କ୍ଷତି ସହିବେଘରୋଇ ବସ୍ ମାଲିକ  । ଯଦି ସରକାର ଏସବୁ ବସ୍ ଚଳାଚଳ କରିବାକୁ ଚାହୁଁଛନ୍ତି ତେବେ ଘରୋଇ ବସ୍ ମାଲିକଙ୍କୁ ଲକ୍ଷ୍ମୀ ବସ୍ ପରି ଟିକଟରେ ସବସିଡି ଦିଆଯାଉ ବୋଲି ଦାବି କରିଛି ସଂଘ  । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଦିଆଯାଇଛି ଚେତାବନୀ।

What's Your Reaction?

like

dislike

love

funny

angry

sad

wow