ଧଉଳି ନାବାଳିକା ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
The prime accused in the Dhauli gang-rape case, Satya Prakash Hati alias Joker, has been arrested. The Special Squad of the Commissionerate Police arrested Joker from Ganjam district. After the crime, Joker initially went into hiding in Khordha and later fled to Ganjam. Police faced significant challenges while tracking him down. Eventually, the Special Squad nabbed him while he was hiding in Ganjam. Joker is a habitual offender and has 15 criminal cases registered against him earlier. Previously, two other accused in the case had already been arrested. Police have continued raids to arrest the remaining absconding accused, according to the investigating team.
ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍ ଗିରଫ । ଜୋକର୍କୁ ଗଞ୍ଜାମରୁ ଗିରଫ କରିଛି କମିସନ୍ରେଟ୍ ପୁଲିସ୍ର ସ୍ପେଶାଲ ସ୍କ୍ୱାର୍ଡ । ଦୁଷ୍କର୍ମ ଘଟଣା ପରେ ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରି ଗଞ୍ଜାମ ଚାଲିଯାଇଥିଲା ଜୋକର । ଜୋକରକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୁଲିସ । ଶେଷରେ ଗଞ୍ଜାମରେ ଲୁଚିଥିବାବେଳେ ଜୋକରକୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ।ଜୋକର ଜଣେ ପେଶାଦାର ଅପରାଧୀ ହୋଇଥିବାବେଳେ ତା ନାଁରେ ପୂର୍ବରୁ ରହିଛି ୧୫ଟି ମାମଲା। ଏହାପୂର୍ବରୁ ଘଟଣାରେ ଗିରଫ ହୋଇଛନ୍ତି ଅନ୍ୟ ୨ ଅଭିଯୁକ୍ତ।ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଦଳ।
Jangyaseni Parida