ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ

ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ

ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ ।୧୦ ଦଫା ଦାବି ନେଇ ରାଜ୍ୟରେ ୪ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀ।ଫଳରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ହାସପାତାଳ ଓ ଜିଲ୍ଲା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ଗୁରୁତର ଭାବେ ହୋଇଛି ପ୍ରଭାବିତ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ଆଲୋଚନା ପାଇଁ  ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ତୁରନ୍ତ ଷ୍ଟାଫ୍ ନର୍ସମାନେ ଆନ୍ଦୋଳନରୁ ଓହରି ଯିବାକୁ ଅପିଲ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ଅନ୍ୟପକ୍ଷରେ ଦାବି ପୂରଣ ନେଇ ଆମ ସହ ସରକାର ଆଲୋଚନା କରନ୍ତୁ ବୋଲି କହିଛି ଓଡ଼ିଶା ଷ୍ଟାଫ୍ ନର୍ସ କର୍ମଚାରୀ ସଂଘ। ନଚେତ୍ ଆମର ଏ ଆନ୍ଦୋଳନ ଚାଲିଥିବ ବୋଲି କହିଛି ସଂଘ।