ଭଦ୍ରକରେ ଇଣ୍ଟରନେଟ୍ ବନ୍ଦ୍

Sep 28, 2024 - 14:22
 0  9
ଭଦ୍ରକରେ ଇଣ୍ଟରନେଟ୍ ବନ୍ଦ୍

ସାମାଜିକ ଗଣମାଧ୍ୟମରେ ଏକ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ଭଦ୍ରକ ଜିଲ୍ଲାରେ ଗତକାଲି ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।।ଏହାସହ ସମସ୍ତ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ଲଗାଯାଇଛି କଟକଣା ।  ସହରରେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି । ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ମୁତୟନ କରାଯାଇଛି ୧୦ ପ୍ଲାଟୁନ୍ ଫୋର୍ସ । ସେହିପରି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ  ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହୋଇଛି  ୧୬୩ ଧାରା । ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନ ହେଲା ଭଳି କୌଣସି ମିଥ୍ୟା ଗୁଜବ ପ୍ରଚାର ନକରି ଶାନ୍ତି ବଜାଇ ରଖିବା ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି ଅନୁରୋଧ । 

What's Your Reaction?

like

dislike

love

funny

angry

sad

wow