ପଡି କାର୍ଡ ଇକେୱାସି ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ

ପଡି କାର୍ଡ ଇକେୱାସି ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ

ପଡି କାର୍ଡ ଇକେୱାସି ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ। ଆସନ୍ତା ୧୫ ତାରିଖ ରହିଛି ପଡି କାର୍ଡ ଇକେୱାସି ଆବେଦନର ଶେଷ ତାରିଖ। ଆଉ ବଢିବ ନାହିଁ ସମୟ ଅବଧି। ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ କରି ନାହାନ୍ତି ଇକେୱାସି। ଯେଉଁମାନେ ଇକେୱାସି କରି ନାହାନ୍ତି, ସେମାନେ ଖୁବଶୀଘ୍ର କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ,ତାଙ୍କୁ ଆତ୍ମସମର୍ପଣ କରାଗଲା ବୋଲି ଧରି ନିଆଯିବା ସହ ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ କାର୍ଡ। ସେହିପରି ସରକାରୀ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ,ଯେଉଁ ସରକାରୀ ଅଧିକାରୀମାନେ ପଡି କାର୍ଡ ନେଇଛନ୍ତି ସମସ୍ତେ ଆତ୍ମସମର୍ପଣ କରିଦିଅନ୍ତୁ। ଆତ୍ମସମର୍ପଣ ଅବଧି ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ଆତ୍ମସମର୍ପଣ କରି ନଥିବେ, ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନେବେ ସରକାର।