ପନ୍ନୁର ଧମକପୂର୍ଣ୍ଣ ଇ-ମେଲ୍ ଘଟଣା; ଗୁଗୁଲକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ପନ୍ନୁର ଧମକପୂର୍ଣ୍ଣ ଇ-ମେଲ୍ ଘଟଣା; ଗୁଗୁଲକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଇମେଲ୍‌ ଦେବା ଘଟଣାରେ ଗୁଗୁଲକୁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । କେଉଁ ଆଇଡିରୁ ଆସିଥିଲା ଅଡିଓ,ସେନେଇ ତଥ୍ୟ ଦେବାକୁ ଚିଠିରେ ରହିଛି ଉଲ୍ଲେଖ । ଆବଶ୍ୟକ ପଡିଲେ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏର ତଦନ୍ତ କରିବା ନେଇ ମିଳିଛି ସୂଚନା। ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ପନ୍ନୁ। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ କରିଥିଲା ନିଶାଣ।