ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବନି ଓଡ଼ିଶା
ଏଣିକି ପଶ୍ଚିମବଙ୍ଗକୁ ଆଳୁ ମାଗିବନି ଓଡ଼ିଶା। ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ପୁଣି ଓଡ଼ିଶାର ଆଳୁ ଗାଡିକୁ ପଶ୍ଚିମବଙ୍ଗ ସରକାର ଅଟକାଇବା ପରେ କିଛି ଏଭଳି ଡଙ୍ଗରେ ମମତା ସରକାର ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଆମେ ମାଗି ଖିଆ ନୁହେଁ,ପଶ୍ଚିମବଙ୍ଗକୁ ଆଉ ଆମେ ମାଗିବୁ ନାହିଁ ଆଳୁ। ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ। ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି। ବଜାରରେ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ଆଳୁ ଅଛି। ଆଜି କେବଳ ୩୦ ଟଙ୍କାରେ ଆଳୁ କିଣିଥିବା କଥା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଏହାସହ ଉତ୍ତର ପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି,ଏହାସହ ଭଡା ବାବଦକୁ ୪ ଟଙ୍କା ପଡୁଛି। ଅନ୍ୟପଟେ ରାଜ୍ୟରେ କେଉଁଠି ଚଢା ଦରରେ ଦୋକାନୀ ଆଳୁ ବିକ୍ରି କଲେ କରାଯିବ ଚଢ଼ାଉ। ଆଗକୁ ରାଜ୍ୟରେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଚାଲିଛି ଯୋଜନା। ୨୪ ବର୍ଷରେ ବିଜେଡି କିଛି କରିନି, ବାହାରୁ ଜଣେ ଅଧିକାରୀ ଆସିକି ରାଜୁତି କଲେ ବୋଲି କହିବା ସହ ପୂର୍ବ ସରକାର ଉପରେ ଦୋଷ ଲଦିଛନ୍ତି ଯୋଗାଣ ମନ୍ତ୍ରୀ।
What's Your Reaction?