ପୁଣି ଫେରୁଛି କରୋନା

Aug 31, 2024 - 13:05
 0  1
ପୁଣି ଫେରୁଛି କରୋନା

ପୁଣି ଫେରୁଛି କରୋନା । ଆମେରିକାରୁ ଦକ୍ଷିଣ କୋରିଆ ସବୁଠି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଭାରତକୁ ଜାରି କରାଯାଇଛି ସତର୍କ ସୂଚନା। ନୋଏଡ଼ାର ଶିବ ନାଡର ୟୁନିଭରସିଟିର ବାୟୋଲଜିଷ୍ଟିକ ପ୍ରଫେସର ଦୀପକ ସହଗଲ ଏକ ନ୍ୟୁଜ୍ ଏଜେନ୍ସିକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଭାରତକୁ ପୁଣି ଫେରିପାରେ କୋଭିଡ୍-୧୯ । ଏଣୁ ସତର୍କ ରହିବାକୁ ପଡ଼ିବ । ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଆକଳନ ଅନୁଯାୟୀ ବୃଦ୍ଧି ପାଉଛି ଆମେରିକାର କୋଭିଡ ସଂକ୍ରମଣ । ବର୍ତ୍ତମାନ ଆମେରିକାର ହାସପାତାଳରେଭର୍ତ୍ତି ହୋଇଛନ୍ତି  4 ହଜାରରୁ ଅଧିକ ଲୋକ।  ଦକ୍ଷିଣ କୋରିଆରେ ମଧ୍ୟ ଦେଖାଯାଉଛି  ବହୁ ସଂଖ୍ୟକ କୋଭିଡ୍ ମାମଲା । ତେବେ ଭାରତରେ ଏବେ ମଧ୍ୟ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଆଗାମୀ ଦିନରେ ସତର୍କତା ଅବଲମ୍ବନ କରିବା ଉଚିତ । 

What's Your Reaction?

like

dislike

love

funny

angry

sad

wow