ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ

ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ। ଏହି ସମାରୋହକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପାଳିତ ହେଉଛି ଏହି ଦିବସ। ଯାହାକୁ ସ୍ମରଣୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୋହନ ସରକାର। ଆଜି ୧୧୫୧ କୋଟି ଟଙ୍କାର ୪୮୧ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୩୬ ଟି ଲୋକାଭିମୁଖୀ ପ୍ରକଳ୍ପର ହେବ ଶିଳାନ୍ୟାସ । ସେହିପରି ୨୭ ଜଣ ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର।
What's Your Reaction?






