ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସର୍ବୋଚ୍ଚଅଦାଲତଙ୍କ ଭର୍ତ୍ସନା ,କହିଲେ ନିଜ ସୀମା କରୁଛି ଅତିକ୍ରମ

May 22, 2025 - 17:08
 0  7
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସର୍ବୋଚ୍ଚଅଦାଲତଙ୍କ ଭର୍ତ୍ସନା ,କହିଲେ ନିଜ ସୀମା କରୁଛି ଅତିକ୍ରମ

ସବୁ ସୀମା ଟପିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।ଦେଶର ସଂଘୀୟ ଢାଞ୍ଚାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ମନ ଇଚ୍ଛା କରୁଛି କାମ । ଏପରି କଡ଼ା ଭାଷାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚଅଦାଲତ। ତାମିଲନାଡୁର ସରକାରୀ ମଦ ବିକ୍ରି ସଂସ୍ଥା ବା ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନକୁ ନେଇ ଏହା କହିବା ସହିତ ଏହି ତଦନ୍ତ ଉପରେ ସର୍ବୋଚ୍ଚଅଦାଲତ ଜାରି କରିଛନ୍ତି ସ୍ଥଗିତାଦେଶ  । ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ ର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ବିରୋଧରେ ସର୍ବୋଚ୍ଚଅଦାଲତକୁ ଯାଇଥିଲେ ତାମିଲନାଡୁ ସରକାର। ତାର ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭର୍ତ୍ସନା କରିଛନ୍ତି ଏବଂ ନୋଟିସ୍ ମଧ୍ୟ ଜାରି କରିଛନ୍ତି ସର୍ବୋଚ୍ଚଅଦାଲତ।

What's Your Reaction?

like

dislike

love

funny

angry

sad

wow