ଫେବୃଆରୀ ୧୫ରେ ପୂରିବ ରାସନ କାର୍ଡ ଇକେୱାଇସି ଅବଧି , ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ

Feb 9, 2025 - 13:51
 0  5
ଫେବୃଆରୀ ୧୫ରେ ପୂରିବ ରାସନ କାର୍ଡ ଇକେୱାଇସି ଅବଧି , ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ

ପଡି କାର୍ଡ ଇକେୱାଇସି ପାଇଁ ଫେବୃଆରୀ ୧୫ରେ ପୁରିବ ସମୟ ଅବଧି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି ଇକେୱାଇସି । ୬ ଦିନ ଭିତରେ ଅନ୍ୟମାନେ ଇକେୱାଇସି କରି ଦେବାକୁ ପୁଣି ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୫ ପରେ ଆଉ ଇକେୱାଇସି ଅବଧି ବଢ଼ାଇବେ ନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ ଅବଧି କରିବେ ନାହିଁ, ସେଗୁଡିକୁ ଆତ୍ମସମର୍ପଣ ବୋଲି ଧରି ନିଆଯିବ । ଇକେୱାଇସି ନକଲେ କାଟି ଦିଆଯିବ ସେହି କାର୍ଡ । ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ, ତେବେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଏଥିରେ ନୂଆ ଲୋକଙ୍କୁ ଯୋଡ଼ା ଯିବ । ବର୍ତ୍ତମାନ ସୁଦ୍ଧା ଆବେଦନ କରିଛନ୍ତି ୬ ଲକ୍ଷ ନୂଆ ହିତାଧିକାରୀ ।ସେହିପରି ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିଲେ ବି ଆସିଛି ରିପୋର୍ଟ  । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ନେଇଥିଲେ  ପଡି କାର୍ଡ । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହୋଇଛି ହସ୍ତଗତ । ଏନେଇ ଅଧିକାରୀମାନଙ୍କୁ ସର୍ବେକ୍ଷଣ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ  । ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।  ଏବେ ସୁଦ୍ଧା ୧୨ ହାଜର ଅଯୋଗ୍ୟ ଫେରାଇ ସାରିଲେଣି ପଡି କାର୍ଡ ।   

What's Your Reaction?

like

dislike

love

funny

angry

sad

wow