ତିରୁପତି ଘିଅ ମାମଲା: ୪ ଜଣଙ୍କୁ ଗିରଫ କରିଛି ସିବିଆଇ

Feb 10, 2025 - 13:58
 0  3
 ତିରୁପତି ଘିଅ ମାମଲା: ୪ ଜଣଙ୍କୁ ଗିରଫ କରିଛି ସିବିଆଇ

 ତିରୁପତି ଘିଅ ବିବାଦରେ ୪ ଜଣଙ୍କୁ ଗିରଫ କରିଛି ସିବିଆଇ।ଗିରଫ ବ୍ୟକ୍ତିମାନେ ହେଲେ ଭୋଲେ ବାବା ଡାଏରୀର ପୂର୍ବତନ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବୀ ଡାଏରୀର ଅପୂର୍ବ ଚାବଡା ଏବଂ ଏଆର ଡାଏରୀର ରାଜୁ ରାଜଶେଖରନ ।ମନ୍ଦିରକୁ ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବାର ସନ୍ଧାନ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। କାଗଜପତ୍ରରେ ବ୍ୟାପକ ଜାଲିଆତି କରି ଏମାନେ ଟେଣ୍ଡର ପାଇଥିବାର ମିଳିଛି ସୂଚନା। କିଛି ଦିନ ତଳେ ତିରୁପତି ମନ୍ଦିରର ଲଡୁକୁ ନେଇ ହୋଇଥିଲା ବଡ଼ ବିବାଦ । ପ୍ରସାଦମ୍ ଲଡୁ ଯେଉଁ ଘିଅରେ ତିଆରି ହେଉଛି, ସେଥିରେ ପ୍ରାଣୀଜ ଚର୍ବି ମିଶିଥିବା ହୋଇଥିଲା ଅଭିଯୋଗ। ଏପରିକି ସର୍ବୋଚ୍ଚଅଦାଲତ ଯାଏ ଯାଇଥିଲା କଥା। 

What's Your Reaction?

like

dislike

love

funny

angry

sad

wow