ବଦଳିଲା ରାଜ୍ୟ ଯୋଜନା ବୋର୍ଡ

Apr 18, 2026 - 15:58
 0  1
ବଦଳିଲା ରାଜ୍ୟ ଯୋଜନା ବୋର୍ଡ

ବଦଳିଲା ରାଜ୍ୟ ଯୋଜନା ବୋର୍ଡ।  SITI ଓଡ଼ିଶା’ ବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ ଭାବେ ଏହା ପାଇଛି ନୂଆ ପରିଚୟ । ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ SITI ଓଡିଶା । ଏହାର ଲକ୍ଷ୍ୟ ହେଉଛି ‘ନୀତି ଓ ବିକାଶ’। ଏଥିରେ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ହେବେ ମୁଖ୍ୟମନ୍ତ୍ରୀ।ଏହା ସହିତ ରହିବେ ଜଣେ ଉପାଧ୍ୟକ୍ଷ, ଚାରି ପୂର୍ଣ୍ଣକାଳୀନ ସଦସ୍ୟ, ନଅ ଜଣ ପଦାଧିକାରୀ ଏବଂ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ । ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ନିଯୁକ୍ତ କରିବେ ମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow