ବନ ବିଭାଗ ପକ୍ଷରୁ ଆସିଲା ଚିଲିକା ପକ୍ଷୀ ଗଣନା ରିପୋର୍ଟ
ବନ ବିଭାଗ ପକ୍ଷରୁ ଆସିଲା ଚିଲିକା ପକ୍ଷୀ ଗଣନା ରିପୋର୍ଟ । ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ । ସେହିପରି ଚିଲିକାରେ ୯୦ ପ୍ରଜାତିର ୨୧ ହଜାର ୯୪୩ ଟି ସ୍ଥାନୀୟ ପକ୍ଷୀଙ୍କୁ କରାଯାଇଛି ଠାବ । ୨୦୨୬ ପକ୍ଷୀ ଗଣନା ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଚିଲିକାରେ ଅଛନ୍ତି ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ। ଚଳିତ ବର୍ଷ କେବଳ ନଳବଣକୁ ଆସିଛନ୍ତି ୩ ଲକ୍ଷ ୯୭ ହଜାର ୫୮୭ ପକ୍ଷୀ, ଯାହାକି ଗତବର୍ଷ ତୁଳନାରେ ୫୪ ହଜାର ୩୬୧ ଅଧିକ ।
What's Your Reaction?