ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ହେଲା ନକ୍ସଲମୁକ୍ତ

Mar 2, 2026 - 18:05
 0  1
ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ହେଲା ନକ୍ସଲମୁକ୍ତ

ଖୁସିର କଥା ଯେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ହେଲେ ନକ୍ସଲମୁକ୍ତ  । ଓଡିଶାର ନକ୍ସଲ ବିରୋଧୀ ଅଭିଯାନରେ ରାଜ୍ୟ ପୋଲିସକୁ ମିଳିଛି ଐତିହାସିକ ସଫଳତା ।  ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ଯେଉଁ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ  ସାମିଲ ହୋଇଛନ୍ତି ସେହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଅଞ୍ଚଳରେ ଥିଲେ ସକ୍ରିୟ । ସେମାନେ ଅପସରି ଯିବାପରେ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ଘୋଷଣା କରାଯାଇଛି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ।

What's Your Reaction?

like

dislike

love

funny

angry

sad

wow