ବାରବାଟୀରେ ହେବ ଟି-୨୦ ମ୍ୟାଚ୍ କ୍ରୀଡ଼ା
ପୁଣି ଦୁଲୁକିବ ବାରବାଟୀ। ବିଶ୍ୱବିଜେତା ଭାରତକୁ ଭେଟିବ ଶ୍ରୀଲଙ୍କା। ଆସନ୍ତା ଡିସେମ୍ବର ୨୪ରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି।ଏଥିପାଇଁ ସୂଚୀ ପ୍ରକାଶ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ।ଆଗାମୀ ଘରୋଇ ସିଜିନ୍ ହେବ ରୋମାଞ୍ଚକର, ଯେଉଁଥିରେ ଅଛନ୍ତି ଚାରିଟି ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ। ଏହି ସିଜିନ୍ ରେ ୧୭ଟି ସହରରେ ଖେଳାଯିବ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍।
What's Your Reaction?