ମାଲକାନଗିରି ମାଥିଲି ବ୍ଲକ ୩ ନମ୍ବର ଜୋନର ଜିଲାପରିଷଦ ସଭ୍ୟା ସସ୍ମିତା ମାଝିଙ୍କୁ ଆଜି ଜଗତସିଂହପୁରରୁ ଗିରଫ କରିଛି ପୋଲିସ । ଜନବିରୋଧୀ କାର୍ଯ୍ୟ ଯୋଗୁ ୩ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା। କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ନାମରେ ହୋଇଥିଲା ଅଭିଯୋଗ। ଏହି ମାମଲାରେ ସସ୍ମିତାଙ୍କ ସମେତ ରହିଛନ୍ତି ୩ ଅଭିଯୁକ୍ତ। ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ କରାଯାଇଥିଲା ଗିରଫ। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଠକେଇ କରିଥିଲେ ଲକ୍ଷ ଲକ୍ଷ ଟଙ୍କା।