କ୍ରିକେଟରୁ ଅବସର ନେଲେ ଭାରତୀୟ ବାମହାତୀ ପେସର୍

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ଦଳର ବାମହାତୀ ଦ୍ରୁତ ବୋଲର ବରିନ୍ଦର ସ୍ରାନ୍। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ୬ଟି ଦିନିକିଆ ଏବଂ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ବରିନ୍ଦର । ସାମାଜିକ ଗଣମାଧ୍ୟମରେ ନିଜର ନିଷ୍ପତ୍ତି ଘୋଷଣା କରି ୩୧ ବର୍ଷିୟ ବରିନ୍ଦର କହିଛନ୍ତି ଯେ, ଏହା ସନ୍ୟାସ ନେବା ପାଇଁ ଠିକ୍ ସମୟ । ବରିନ୍ଦର ୨୦୧୫-୧୬ ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟରେ କରିଥିଲେ ଡେବ୍ୟୁ । ତା’ପରେ ୨୦୧୬ରେ ସେ ଜିମ୍ବାୱେ ଗସ୍ତରେ ଭାରତ ପାଇଁ ଖେଳିଥିଲେ ଦୁଇଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍।
What's Your Reaction?






