ଭାରତରେ ବଢୁଛି ଅରବପତିଙ୍କ ଦବଦବା

ଭାରତରେ ବଢୁଛି ଅରବପତିଙ୍କ ଦବଦବା । ଦେଶରେ ବର୍ତ୍ତମାନ ଅଛନ୍ତି ୧୮୫ ଅରବପତି । ମାତ୍ର ୨୦୨୪ରେ ଯୋଡି ହୋଇଛନ୍ତି ୩୨ ଜଣ । ଭାରତଠାରୁ ଆଗରେ ରହିଛନ୍ତି କେବଳ ଆମେରିକା ଏବଂ ଚାଇନା। ଏନେଇ ଆମ୍ବିସନ୍ ରିପୋର୍ଟରେ ହୋଇଛି ଖୁଲାସା। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଭାରତୀୟ ଅରବପତିଙ୍କ ସଂଖ୍ୟା ଥିଲା ୧୫୩। ୨୦୨୪ ମସିହାରେ ଏମାନଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ଗୋଟିଏ ବର୍ଷ ମଧ୍ୟରେ ୩୨କୁ ବୃଦ୍ଧି ପାଇଛି ଅରବପତିଙ୍କ ସଂଖ୍ୟା। ସେହିଭଳି କୋଟିପତିଙ୍କ ସଂଖ୍ୟା ଦୃଷ୍ଟିରୁ ଚାଇନାରେ ଭାରତଠାରୁ ଆଗରେ ଥିଲେ ମଧ୍ୟ ବର୍ଷକରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇଛି। ଚାଇନାରେ ୨୦୨୪ ମସିହାରେ ହ୍ରାସ ପାଇଛି ୯୩ ଅରବପତିଙ୍କ ସଂଖ୍ୟା। ଅପରପକ୍ଷେ ଆମେରିକାରେ ଯୋଡି ହୋଇଛନ୍ତି ୮୪ ଅରବପତି ।
What's Your Reaction?






