ଭାରତର ଆକ୍ରମଣକୁ ମାନିଲା ପାକିସ୍ତାନ

ପାକିସ୍ତାନର ନୁର ଖାନ୍ ଏୟାରବେସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ । ଏକଥା ନିଜେ ସ୍ୱୀକୀର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି ଯେ, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସୁରକ୍ଷିତ ରେଖାରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ ସୂଚନା ଦେଇଥିଲେ ସେନା ମୁଖ୍ୟ ଅସୀମ ମୁନୀର।ସେ ଜଣାଇଥିଲେ ଯେ ନୁର ଖାନ ଏୟାରବେସ୍ ଓ ଅନ୍ୟ କିଛି ଅଞ୍ଚଳରେ ପଡ଼ିଛି ଭାରତର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହାପୂର୍ବରୁ ପାକିସ୍ତାନ ଏୟାରବେସ୍ ଉପରେ ଭାରତର ଆକ୍ରମଣକୁ ବାରମ୍ବାର ଫାଙ୍କି ଆସୁଥିଲା ପାକିସ୍ତାନ ।
What's Your Reaction?






