ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର

May 17, 2025 - 12:57
 0  6
ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର

ଦୋହା ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭେଲିନ ପ୍ରତି୍‌ଯୋଗିତାରେ ୯୦ ମିଟର ଭାଲା ଫିଙ୍ଗି ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା। ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି ନୀରଜ । ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି କରିଛନ୍ତି ଶ୍ରେଷ୍ଠ ପ୍ରଦର୍ଶନ । ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। କାରଣ ୯୧.୦୬ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି ଜର୍ମାନୀର ଜୁଲିୟନ ଓ୍ଵେବର। ନୀରଜଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ତଥା ଓଡ଼ିଶାର କିଶୋର ଜେନା ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି । ଲିଗ୍‌ରେ ନିଜର ପ୍ରଥମ ପ୍ରୟାସରେ  ୮୮.୪୪ ଭାଲା ଫିଙ୍ଗି ଦମଦାର ପ୍ରଦର୍ଶନ କରିଥିଲେ ନୀରଜ  । ତେବେ ଦ୍ୱିତୀୟ ପ୍ରୟାସ ଖରାପ ରହିଥିବା ବେଳେ ତୃତୀୟ ପ୍ରୟାସରେ ପାଇଥିଲେ ସଫଳତା । ପ୍ରଥମଥର ନିଜ କ୍ୟାରିଅର୍‌ରେ ୯୦ ମିଟର ବାଧା ଅତିକ୍ରମ କରି ଜାଭେଲିନ୍‌ ଥ୍ରୋ’ରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି ନୀରଜ । 

What's Your Reaction?

like

dislike

love

funny

angry

sad

wow